ହଲିଉଡ୍ ଗାୟକ ଲିଆମ୍‌ଙ୍କ ଦେହାନ୍ତ, ହୋଟେଲ୍‌ର ବାଲୋନୀରୁ ଖସିପଡି ଚାଲିଗଲା ଜୀବନ

Published By : Prameya-News7 Bureau | October 17, 2024 IST

ମୁମ୍ଵାଇ ୧୭।୧୦: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୩୧ ବର୍ଷୀୟ ଲିଆମ୍‌ ହୋଟେଲର ତୃତୀୟ ମହଲା ବାଲକୋନିରୁ ଖସି ପଡ଼ିଛନ୍ତି। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି ।  

ପୋଲିସ କହିଛି ଯେ, ଲିଆମ ତାଙ୍କ ପୂର୍ବ ବ୍ୟାଣ୍ଡମେଟ୍‌ ନିଅଲ୍‌ ହୋରାନଙ୍କ କନ୍‌ସର୍ଟ ଲାଗି ଆର୍ଜେଣ୍ଟିନାରେ ଥିଲେ। କ ତାଙ୍କ ହୋଟେଲ ରୁମ୍‌, କାସାସୁର ପାଲେରମୋ ହୋଟେଲର ତୃତୀୟ ମହଲାରୁ ଖସି ପଡ଼ିଥିଲେ। ହୋଟେଲରୁ ଡ୍ରଗ୍ସ ଏବଂ ମଦ୍ୟପାନ କରୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ କଲ ଆସିଥିଲା। ବିବୃତ୍ତିରେ କୁହାଯାଇଛି ଯେ ହୋଟେଲ ମ୍ୟାନେଜର କହିଛନ୍ତି ଯେ ସେ ହୋଟେଲ ପଛପଟୁ ଏକ ଜୋରରେ ଶବ୍ଦ ଶୁଣିଥିଲେ । ପରେ ପୋଲିସ ସେଠାରେ ପହଞ୍ଚିବା ପରେ ତାଙ୍କ କୋଠରୀର ବାଲକୋନିରୁ ଜଣେ ବ୍ୟକ୍ତିଙ୍କୁ ଖସିପଡିଥିବାର ଦେଖିବାକୁ ମିଳିଥିଲା। ଏମର୍ଜେନ୍ସି ୱାର୍କରମାନେ ୩୧ ବର୍ଷ ବ୍ରିଟିଶ ଗାୟକଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। 

ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହା ଏକ ଦୁର୍ଘଟଣା ନା ଅନ୍ୟ କୌଣସି କାରଣ ଅଛି ସେନେଇ କୌଣସି ଠୋସ୍‌ ସୂଚନା ମିଳିପାରି ନାହିଁ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକ କହିଛନ୍ତି ସେ ନିଜ ଲାପଟପ ଭାଙ୍ଗି ହୋଟେଲ ରୁମ୍‌ରେ ରଖିଥିଲେ। ସବୁ କିଛି ଜିନିଷ ଅସଜଡା ଥିଲା । ଗାୟକଙ୍କ ମୃତ୍ୟୁକୁ ନେଇ MTV ଦୁଃଖ ପ୍ରକାଶ କରି ଏକ ପୋଷ୍ଟରେ କହିଛି ଯେ ଆଜି ଆମେ ଅତ୍ୟନ୍ତ ଦୁଃଖିତ ଏବଂ ଲିଆମଙ୍କ ପରିବାର ଏବଂ ସେମାନଙ୍କ ପ୍ରିୟଜନଙ୍କୁ କ୍ଷତି ସହିବାକୁ ଶକ୍ତି ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.